Skip to main content

Universal Pakhala Day/ Pakhala Dibasa (ପଖାଳ ଦିବସ)






























ପଖାଳ ସମଗ୍ର ଓଡିଶାବାସୀଙ୍କ ଖରାଦିନର ସାଥି।
ଖରାଦିନର ଆଗମନରେ ଜଣେ ଓଡିଆର ମନକୁ ବୁଝି ମା' ପରଶି ଦିଏ ପଖାଳ ଭାତ, ତା ସାଙ୍ଗକୁ ବଢିଚୁରା,ଶାଗଭଜା, କିଛି ପୋଡା-ପୋଡି ଓ ଟମାଟ-ପିଆଜ-ଆଳୁ-ବାଇଗଣ ଭରତା/ଚକଟା, ଖଟା-ଚଟଣୀ । କେତେ ତୃପ୍ତି ମିଳେ ନୁହେଁ ??
ତା ସାଙ୍ଗକୁ ଚୂନାମାଛ ବା ଶୁଖୁଆ ପୋଡା ଯଦି ହେଇଗଲା ତା ହେଲେ ଖରାଦିନେ ଆହେତୁକ ଶାନ୍ତି ପ୍ରାପ୍ତି ହୁଏ,  ନୁହେଁ କି??
ଦହି-ପଖାଳର ମଧ୍ୟ ଚାହିଦା କିଛି କମ ନୁହେଁ।

ପଖାଳ ସମଗ୍ର ବିଶ୍ବର କୋଣ ଅନୁକୋଣରେ ରହୁଥିବା ଓଡିଆଙ୍କୁ ଗୋଟିଏ ବନ୍ଧନରେ ବାନ୍ଧି ରଖିବାରେ ସହାୟକ ହୋଇପାରିଛି ।
ମାର୍ଚ୍ଚ ମାସ ଶେଷ ତଥା ଏପ୍ରିଲ ମାସର ଆରମ୍ଭରେ ଖରାଦିନର ଆଗମନର ଅଭିପ୍ରାୟରେ ସମଗ୍ର ଓଡିଆ ଜାତି ପଖାଳକୁ ସ୍ଵାଗତ କରିଥାନ୍ତି। 
ତେଣୁ ପଖାଳର ମହତ୍ଵ ଉପଲବ୍ଧି କରିବା ତଥା ଏହାକୁ ଆଦରଣୀୟ କରିବା ଏବଂ ସମସ୍ତ ଓଡିଆଙ୍କୁ ଏକାଠି କରାଇବାର ଏକ ପ୍ରୟାସ ନେଇ ମାର୍ଚ୍ଚ ୨୦ କୁ "ପଖାଳ ଦିବସ"/ "Pakhala Day" ରୂପେ ପାଳନ କରାଯାଏ ।

Comments

Post a Comment

Popular posts from this blog

Odia Motivational Quotes About Life & Future (ଜୀବନ ଏବଂ ଭବିଷ୍ୟତ ସମ୍ବନ୍ଧରେ ପ୍ରେରଣାଦାୟକ ଓଡିଆ ଅନୁଚିନ୍ତା)

Motivational Odia Language Quotes About Life life is often considered as the first & foremost teacher of life ମନୁଷ୍ୟର ପ୍ରଥମ ଓ ପ୍ରକୃତ ଗୁରୁ ହେଉଛି "ଜୀବନ" ଜୀବନରୁ ମନୁଷ୍ୟ ସବୁକିଛି ଶିଖିପାରିବ, କାରଣ ସମୟାନୁକ୍ରମେ, ଜୀବନ ମଣିଷକୁ ବହୁତ କିଛି ଶିଖାଇଦିଏ, ଯାହା ମଣିଷ ପଢା ପୋଥିରୁ କଦାଚିତ ପାଇନପାରେ ।  ସେହିପରି ମୋ ଜୀବନରେ ଜାଣିଥିବା କେତେକ ଜୀବନ ସମ୍ବନ୍ଧୀୟ ଅନୁଚିନ୍ତାର ସଂକଳନ ଉଲ୍ଲେଖ କରୁଛି ଏଠି ।  ଭବିଷ୍ୟତ, ସ୍ଵପ୍ନ, କେତେ ସୁନ୍ଦର ଲାଗେ ନା ଏହିସବୁ ଶବ୍ଦଗଣ, ଏକ ଗାଳ୍ପିକର ଦୁନିଆରେ ମସଗୁଲ ହେଇଯିବାକୁ ଇଚ୍ଛା ହୁଏ, ନୁହେଁ କି?? କିନ୍ତୁ କ'ଣ ଏସବୁ ସତ ହୁଏ ସମସ୍ତଙ୍କ ପକ୍ଷରେ?? ସମସ୍ତେ କ'ଣ ନିଜ ଆଶାନୁଯାୟୀ ଭବିଷ୍ୟତ ବଞ୍ଚିପାରନ୍ତି?? ବୋଧହୁଏ ନା । ସେହି ସ୍ଵପ୍ନ ସାର୍ଥକ ହେବାକୁ ହେଲେ, ସେହି ଭବିଷ୍ୟତ ପାଇବାକୁ ହେଲେ ଦରକାର ସାଧନା, କଠୋର ନିଷ୍ଠା, ସର୍ବୋପରି ଆତ୍ମବିଶ୍ଵାସ । ଯେଉଁ ମନୁଷ୍ୟ ସଫଳ ହେଇପା...

International Women's Day Posts in Odia (ଆନ୍ତର୍ଜାତିକ ମହିଳା ଦିବସ)

ଆନ୍ତର୍ଜାତିକ ମହିଳା ଦିବସ (ମାର୍ଚ୍ଚ ୮) ଉପଲକ୍ଷେ କିଛି ଅନୁଚିନ୍ତା "ଯତ୍ର ନାର୍ଜ୍ୟସ୍ତୁ ପୂଜ୍ୟନ୍ତେ, ରମନ୍ତେ ତତ୍ର ଦେବତା ।" ନାରୀ ହିଁ ଶକ୍ତି, ସ୍ନେହ ଓ ମମତାର ମୂର୍ତ୍ତିମନ୍ତ ଅବତାର। ନାରୀ ହେଉଛି ବସୁନ୍ଧରା, ଧରଣୀ ଓ ମମତାମୟୀ ମା' । ସେହିଁ ପାଳନକାର୍ତ୍ତା । ସେହିଁ ଜନ୍ମଦାତ୍ରୀ ମା', ବନ୍ଧୁସମ ଭଗିନୀ, ଯୌବନର ସହାୟିକା ସ୍ତ୍ରୀ, ଖେଳି ହସିବୁଲୁଥିବା ଝିଅ- ଏହିପରି ଅନେକ ରୂପରେ ସେ ଏହି ମାନବ ସଭ୍ୟତା ତଥା ସମାଜକୁ ଧାରଣ କରି ପରିପୃଷ୍ଠ କରି ଆସିଛି କେଉଁ ଯୁଗ ଯୁଗରୁ । ସମାଜକୁ ହସ-ଖୁସି ଏବଂ ସ୍ନେହ-ପ୍ରେମର ବାର୍ତ୍ତା ଦେବାକୁ ହିଁ  ବୋଧହୁଏ  ଧରାପୃଷ୍ଠରେ ତା' ଅବତରଣ ।   ଯୁଗ ସହ ତାଳ ଦେଇ ମହିଳା ମାନଙ୍କ ବିକାଶ ସମାଜର ଉନ୍ନତି ପକ୍ଷେ ନିତାନ୍ତ ଆବଶ୍ୟକ। ସେହି ବିକାଶ  ଉପଯୁକ୍ତ  ଶିକ୍ଷା, ସଂସ୍କୃତି ତଥା ସମାନତାରୁ ହିଁ ଲବ୍ଧ କରିହେବ । ଝିଅଟିଏ ବୋଲି ହେୟଜ୍ଞାନ ନକରି ତାକୁ ଯଥାର୍ଥ ଶିକ୍ଷା ଦେଇ ଶୀର୍ଷରେ ପହଞ୍ଚାଇବା ତଥା ସମାଜରେ ସମ୍ମାନର ସହ ବଞ୍ଚିବାର ସୁଯୋଗ ଦେବା ହିଁ ତା ପ୍ରତି ମାତା-ପିତା ହିସାବରେ ଆମ କର୍ତ୍ତବ୍ୟ ହେବା ଉଚିତ । "ଗୋଟିଏ ନାରୀ ଶିକ୍ଷିତା ହେଲେ ଅନେକ ପିଢୀ ସାକ୍ଷର ହୁଏ ।" ସର୍ବୋପରି ପୁରୁଷ ହିସାବରେ ନାରୀକୁ ସୁରକ୍ଷା ତଥା ସମ୍ମାନ ଦେବା ହିଁ ପ୍ରକୃତ ପୌରୁଷତ୍ଵ ।

Odia Motivational Post about Parents

Odia Motivational Posts About Parents ଯେଉଁ ବାପା ଆଉ ମା' ନିଜ ଜୀବନରେ ନିଜ ସୁଖକୁ ଜଳାଞ୍ଜଳି ଦେଇ, ନିଜ ସୁଖକୁ ଖାତିର ନ କରି, ନିଜ ସନ୍ତାନ-ସନ୍ତତି ପାଇଁ, ତା'ର ସବୁ ଅଳି-ଅର୍ଦ୍ଦଳୀ ସହି ତା ମନ ମୁତାବକ କାମ କରନ୍ତି, ପରିଶେଷରେ ସେହି ସନ୍ତାନ ହିଁ ଯେତେବେଳେ କୁବ୍ୟବହାର କରେ, କେମିତି ଲାଗିବ, ସେହି ମାତା-ପିତାଙ୍କୁ, କେତେ କଷ୍ଟ ନ ହେବ ମନରେ!!! ସେହି ବାପା-ମା' ନିଜ ଜୀବନରେ ସନ୍ତାନର ସୁଖ-ଶାନ୍ତି ଛଡା କିଛି ମଧ୍ୟ କାମନା କରିନଥାନ୍ତି, ଆଶା କେବଳ ଥାଏ, ଶେଷରେ ପୁଅ ମତେ ଟିକେ ପଚାରିବ, କଣ ସେତିକି ଆମେ କରି ପାରିବାନି? ସେମାନେ ପରା ଆମକୁ ଏତେ ବଡ କଲେ, କିଛି ନ କଲେ ବି, ସ୍ନେହ, ମମତା ତ ଦେଇଛି ସେହି ମା', ଗାଳି ଦ୍ଵାରା ଭଲ ରାସ୍ତା ଧରିବାର ପ୍ରେରଣା ଦେଇଛନ୍ତି ସେହି ବାପା,  କ'ଣ ସେମାନଙ୍କୁ ଭୁଲିଯିବା ଠିକ ହେଉଛି? ଆମେ କ'ଣ କୃତଘ୍ନତା ତଥା ଲଜ୍ଜ୍ୟାର କାର୍ଯ୍ୟ କରୁନେ?? କେବେ ଭାବିଛନ୍ତି, ଆମ ସନ୍ତାନ କ'ଣ ଶିଖିବ ଆମ ଠାରୁ?? ଯଦି, ସେ ଆମପରି କାର୍ଯ୍ୟ କଲା ଆମ ପ୍ରତି ତେବେ, ସେତେବେଳେ ଆମେ ଆମକୁ କଣ ଜବାବ ଦେବା?? ତାକୁ କଣ ଆମେ ତା ଜେଜେବାପା, ଜେଜେମା'ଙ୍କ ସ୍ନେହ,ପ୍ରେମ ଠାରୁ ଆମେ ଦୂରେଇ ଦେଉନେ? କେତେ ଖୁସି ହୁଅନ୍ତା ସେ ଛୋଟ ଛୁଆ, ଜେଜେଙ୍କ ପରଶ ପାଇ?? ଥରୁଟିଏ ଭାବିବା ଉଚିତ । ଅନେକ କୁହନ୍ତି, ସ୍ତ୍ରୀ ମଣିଷକୁ ...