ଆନ୍ତର୍ଜାତିକ ମହିଳା ଦିବସ (ମାର୍ଚ୍ଚ ୮) ଉପଲକ୍ଷେ କିଛି ଅନୁଚିନ୍ତା
"ଯତ୍ର ନାର୍ଜ୍ୟସ୍ତୁ ପୂଜ୍ୟନ୍ତେ, ରମନ୍ତେ ତତ୍ର ଦେବତା ।"
ନାରୀ ହିଁ ଶକ୍ତି, ସ୍ନେହ ଓ ମମତାର ମୂର୍ତ୍ତିମନ୍ତ ଅବତାର।
ନାରୀ ହେଉଛି ବସୁନ୍ଧରା, ଧରଣୀ ଓ ମମତାମୟୀ ମା' ।
ସେହିଁ ପାଳନକାର୍ତ୍ତା ।
ସେହିଁ ଜନ୍ମଦାତ୍ରୀ ମା', ବନ୍ଧୁସମ ଭଗିନୀ, ଯୌବନର ସହାୟିକା ସ୍ତ୍ରୀ, ଖେଳି ହସିବୁଲୁଥିବା ଝିଅ- ଏହିପରି ଅନେକ ରୂପରେ ସେ ଏହି ମାନବ ସଭ୍ୟତା ତଥା ସମାଜକୁ ଧାରଣ କରି ପରିପୃଷ୍ଠ କରି ଆସିଛି କେଉଁ ଯୁଗ ଯୁଗରୁ ।
ସମାଜକୁ ହସ-ଖୁସି ଏବଂ ସ୍ନେହ-ପ୍ରେମର ବାର୍ତ୍ତା ଦେବାକୁ ହିଁ ବୋଧହୁଏ ଧରାପୃଷ୍ଠରେ ତା' ଅବତରଣ ।
ଯୁଗ ସହ ତାଳ ଦେଇ ମହିଳା ମାନଙ୍କ ବିକାଶ ସମାଜର ଉନ୍ନତି ପକ୍ଷେ ନିତାନ୍ତ ଆବଶ୍ୟକ।
ସେହି ବିକାଶ ଉପଯୁକ୍ତ ଶିକ୍ଷା, ସଂସ୍କୃତି ତଥା ସମାନତାରୁ ହିଁ ଲବ୍ଧ କରିହେବ ।
ଝିଅଟିଏ ବୋଲି ହେୟଜ୍ଞାନ ନକରି ତାକୁ ଯଥାର୍ଥ ଶିକ୍ଷା ଦେଇ ଶୀର୍ଷରେ ପହଞ୍ଚାଇବା ତଥା ସମାଜରେ ସମ୍ମାନର ସହ ବଞ୍ଚିବାର ସୁଯୋଗ ଦେବା ହିଁ ତା ପ୍ରତି ମାତା-ପିତା ହିସାବରେ ଆମ କର୍ତ୍ତବ୍ୟ ହେବା ଉଚିତ ।
"ଗୋଟିଏ ନାରୀ ଶିକ୍ଷିତା ହେଲେ ଅନେକ ପିଢୀ ସାକ୍ଷର ହୁଏ ।"
ସର୍ବୋପରି ପୁରୁଷ ହିସାବରେ ନାରୀକୁ ସୁରକ୍ଷା ତଥା ସମ୍ମାନ ଦେବା ହିଁ ପ୍ରକୃତ ପୌରୁଷତ୍ଵ ।
Comments
Post a Comment