![]() |
Odia Motivational Posts About Parents |
ସେହି ବାପା-ମା' ନିଜ ଜୀବନରେ ସନ୍ତାନର ସୁଖ-ଶାନ୍ତି ଛଡା କିଛି ମଧ୍ୟ କାମନା କରିନଥାନ୍ତି, ଆଶା କେବଳ ଥାଏ, ଶେଷରେ ପୁଅ ମତେ ଟିକେ ପଚାରିବ, କଣ ସେତିକି ଆମେ କରି ପାରିବାନି?
ସେମାନେ ପରା ଆମକୁ ଏତେ ବଡ କଲେ, କିଛି ନ କଲେ ବି, ସ୍ନେହ, ମମତା ତ ଦେଇଛି ସେହି ମା', ଗାଳି ଦ୍ଵାରା ଭଲ ରାସ୍ତା ଧରିବାର ପ୍ରେରଣା ଦେଇଛନ୍ତି ସେହି ବାପା, କ'ଣ ସେମାନଙ୍କୁ ଭୁଲିଯିବା ଠିକ ହେଉଛି? ଆମେ କ'ଣ କୃତଘ୍ନତା ତଥା ଲଜ୍ଜ୍ୟାର କାର୍ଯ୍ୟ କରୁନେ??
କେବେ ଭାବିଛନ୍ତି, ଆମ ସନ୍ତାନ କ'ଣ ଶିଖିବ ଆମ ଠାରୁ?? ଯଦି, ସେ ଆମପରି କାର୍ଯ୍ୟ କଲା ଆମ ପ୍ରତି ତେବେ, ସେତେବେଳେ ଆମେ ଆମକୁ କଣ ଜବାବ ଦେବା?? ତାକୁ କଣ ଆମେ ତା ଜେଜେବାପା, ଜେଜେମା'ଙ୍କ ସ୍ନେହ,ପ୍ରେମ ଠାରୁ ଆମେ ଦୂରେଇ ଦେଉନେ? କେତେ ଖୁସି ହୁଅନ୍ତା ସେ ଛୋଟ ଛୁଆ, ଜେଜେଙ୍କ ପରଶ ପାଇ?? ଥରୁଟିଏ ଭାବିବା ଉଚିତ ।
ଅନେକ କୁହନ୍ତି, ସ୍ତ୍ରୀ ମଣିଷକୁ ପରିବର୍ତ୍ତନ କରିଦିଏ, ମୁଁ ମାନୁଛି, ସତ କଥା, କିନ୍ତୁ, ମୁଁ କହିବି, ସେହି ସମୟରେ ପୁଅ କ'ଣ କିଛି ଜାଣିପାରୁନଥାଏ?? ମୁଁ ଶୁଣିଛି, ଲୋକେ କୁହନ୍ତି, ସ୍ତ୍ରୀ ଓ ଛୁଆ ମୋ ଭବିଷ୍ୟତ, କିନ୍ତୁ ବାପା,ମା' ମୋର ଅତୀତ; ତେଣୁ ଭବିଷ୍ୟତକୁ ଦୃଷ୍ଟି ଦେଲେ ଭଲ। ମୁଁ କହିବି, ଠିକ କଥା, କିନ୍ତୁ ଯେଉଁ ମା' ବାପା ତୁମକୁ ବଡ କଲେ, ଯାହାଙ୍କ ବିନା ବୋଧେ ତୁମେ ତୁମ ସ୍ତ୍ରୀ ସହ ନଥାନ୍ତ, ସେହି ଅତୀତକୁ ଭୁଲିଯିବା କ'ଣ ଠିକ?? ପ୍ରକୃତ ପୁଅଟିଏ ତ ନିଶ୍ଚିତ ଭାବେ ତାହା କରିବନି!!! ଅନେକ କୁହନ୍ତି, ପାଳିବା ଓ ବଡ କରିବା ସେମାନଙ୍କ କର୍ତ୍ତବ୍ୟ ଥିଲା, ସେମାନେ କଲେ, ତେବେ କ'ଣ ସେମାନଙ୍କୁ ସେମାନଙ୍କ ତ୍ୟାଗର ଫଳସ୍ଵରୂପ ଆମେ ଟିକେ ସମୟ ଏବଂ ଭଲପାଇବା ଦେଇପାରିବାନି?? ତାହା ମଧ୍ୟ ପୁତ୍ରର କର୍ତ୍ତବ୍ୟ ।
ଝିଅ ମାନେ ମଧ୍ୟ ମନରେ ବୋଧହୁଏ ବହୁ ଆଗରୁ ଭାବି ଦେଇଥାନ୍ତି, ଶାଶୁ ଆମକୁ ଏଟା ସେଟା କହିବେ, କରିବେ, ମୁଁ ଚଳିପାରିବିନି ଆଦି ଅନେକ କଥା, କିନ୍ତୁ ଥରେ ଭାବନ୍ତୁ, କ'ଣ ମା' ଠାରୁ ପୁଅକୁ ଅଲଗା କରି ଆପଣ ପାପ ଅର୍ଜନ କଲେ ନାହିଁ କି? ଆପଣଙ୍କ ଛୁଆକୁ କେହି ଆପଣଙ୍କ ଠାରୁ ଦୂରେଇଲେ ଆପଣ ସମ୍ଭାଳି ପାରିବେ କି? ତେବେ ଆପଣଙ୍କୁ ତାହା କରିବାର ହକ କିଏ ଦେଲା?? ମିଳିମିଶିକି କଣ ଜମା ଚଳିହବନି?? ଥରୁଟିଏ ନିଜକୁ ପଚାରିଲେ, ସେ ଦୁହେଁ ଦୁଇ ବାପା ଆଉ ମା', ବାସ, ନିଜ ବାପା ଆଉ ମା' । ବୟସ ବଢିଲେ, ବହୁତ କିଛି ପରିବର୍ତ୍ତନ ଘଟେ- ବ୍ୟବହାର, ଚାଲିଚଳନ, ଶୈଳୀ ସବୁଥିରେ । ବୋହୂ ତ କମ ବୟସର ହୋଇଥାଏ, ସେ କ'ଣ ସେ ସବୁକୁ ବିଚାର କରି, ସେ ଅନୁସାରେ ନିଜକୁ ପରିବର୍ତ୍ତନ କରି ବୁଢା-ବୁଢୀଙ୍କ ଟିକେ ସେବା ଟିକେ କରି ଶାନ୍ତିରେ ରହିପାରିବନି? ନିଶ୍ଚୟ ସମ୍ଭବ ବୋଲି ମୋ ବିଚାର।
ସେହିପରି, ମା'/ଶାଶୁ ମାନେ ମଧ୍ୟ ବୋଧ ହୁଏ, ଭାବିକି ରଖିଥାନ୍ତି, ବୋହୂ ମୋର ଘର ଭାଙ୍ଗିଦବ, ସେମିତି ନହୋଇପାରେ, ତାକୁ ଗୋଟେ ନିଜ ଝିଅ/ବନ୍ଧୁ ଭାବେ ଦେଖନ୍ତୁ, ସମସ୍ତେ ସୁଖୀରେ ରହିବେ।
ପରିଶେଷରେ, ଆଜିକାଲି ଅନେକ ଆଇନ ରହିଛି ଉଭୟ ବୋହୂ ତଥା ବାପା-ମା'ଙ୍କ ନିମିତ୍ତ, ତେଣୁ, ଅତ୍ୟଧିକ ହେଲେ, ଦରକାର ପଡିଲେ, ଆଇନର ସାହାରା ନେବା ନିଶ୍ଚିତ ଆବଶ୍ୟକ । କିନ୍ତୁ ପ୍ରଥମେ ନିଜେ ପରିସ୍ଥିତିକୁ ବୁଝି ଯଥାସମ୍ଭବ କାର୍ଯ୍ୟ କରିବା ଉଚିତ। କଦାପି, ଅନ୍ୟକୁ ଜାଣିଶୁଣି ହଇରାଣ-ହରକତ କରିବା ଅନୁଚିତ ।
Comments
Post a Comment